Odia News Portal

ବିଜୁ ବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଯୁବ-ଛାତ୍ର ଜନତା ଦଳତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ଆଧୁନିକ ଓଡିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯାହାଙ୍କ ଆଦର୍ଶରେ ବିଜୁ ଜନତା ଦଳ ଗଠିତ ହୋଇ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରିରଖି ପଞ୍ଚମଥର ପାଇଁ ସରକାର ଗଠନ କରିବାରେ ସଫଳ ହୋଇଛି । ଆଜି ତାଙ୍କରି ଜନ୍ମ ଜୟନ୍ତୀ ଉପଲକ୍ଷେ ବିଜୁ ଜନତା ଦଳର ସମସ୍ତ ସାମୁଖ୍ୟ ତରଫରୁ ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଅନେକ
କାର୍ଯ୍ୟକ୍ରମ ହାତକୁ ନେଇଛି ।
ଏହି ପରିପ୍ରେକ୍ଷୀରେ ଯୁବ-ଛାତ୍ର ଜନତା ଦଳ ତରଫରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଠାରୁ ଆରମ୍ଭ କରି ଶ୍ରାଦ୍ଧ ବାର୍ଷିକି, ମାର୍ଚ୍ଚ ୫ ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ପାଖାପାଖି ୨୦ହଜାର ୟୁନିଟ୍ ରକ୍ତ
ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେଣୁ ପ୍ରତିକାରାତ୍ମକ ସ୍ୱରୂପ ଆଜି ବିଜୁ ଜନତା ଦଳର
ରାଜ୍ୟ କାର୍ଯ୍ୟାଳୟ ଠାରେ ୧୦୪ତମ ଜନ୍ମ ବାର୍ଷିକିରେ
୧୦୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା
ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଭ ଉଦ୍‌ଘାଟନ
କରିଥିଲେ । ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ
ଅମରେଶ ପତ୍ରୀ ଏବଂ ଛାତ୍ର ବିଜେଡି ରାଜ୍ୟ ସଭାପତି
ରାଣା ପ୍ରତାପ ପାତ୍ର ଉପସ୍ଥିତ ରହି ଏହି ରକ୍ତଦାନ
ଶିବିରକୁ ପରିଚାଳନା କରିଥିଲେ ।