Odia News Portal

ନାତୁଣୀକୁ ଦୁଷ୍କର୍ମ କରି ଜେଜେ ଗିରଫ

ବଡବିଲ : କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ଜଣେ ବାପ ଛେଉଣ୍ଡ ୧୩ ବର୍ଷୀୟା ନାବାଳିକା ନିଜ ସମ୍ପର୍କୀୟ ଜେଜେବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଗତ ବୁଧବାର ସନ୍ଧ୍ୟା ପ୍ରାୟ ୫ଟାରେ ଏହି ଲଜ୍ଜାକର ଘଟଣା ଘଟିଥିବାବେଳେ ନାବାଳିକାଙ୍କ ବୟାନକୁ ଭିତ୍ତି କରି ୬୫ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ, ନାବାଳିକା ଜଣକ ଗତ ବୁଧବାର ସନ୍ଧ୍ୟାରେ ଶାଗ ତୋଳିବାକୁ ନିକଟସ୍ଥ ବଗିଚାକୁ ଯାଇଥିଲେ । ଜେଜେବାପା ଜାମାଦାର ମୁଣ୍ଡା(୬୫) ନାବାଳିକାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା । ନାବାଳିକା ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ବଡ଼ବିଲ ଥାନାରେ ବୃଦ୍ଧଙ୍କ ନାମରେ ଅଭିଯୋଗ କରାଯାଇଥିଲା। ବଡବିଲ ପୁଲିସ ଜାମାଦାର ମୁଣ୍ଡାଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତକୁ କେନ୍ଦୁଝର ଜିଲ୍ଲା ସ୍ପେଶାଲ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।