Odia News Portal

ଭିଜିଲାନ୍ସ ଜାଲରେ ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତର ଜିଆର୍‌ଏସ୍‌ ଛବିନାରାୟଣ

ପୁରୀ : ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତର ଜିଆର୍‌ଏସ୍‌ ଛବିନାରାୟଣ ପଣ୍ଡା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇଦେବା ପାଇଁ ପଞ୍ଚାୟତର ବାଁବରଡ଼ା ଗାଁର ଇନ୍ଦ୍ରମଣୀ ପଣ୍ଡାଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

କାର୍ଯ୍ୟାଦେଶ ପାଇବା ପରେ ଆଉ ୧୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ଜିଆରଏସ୍‌। ଜିଆରଏସ୍‌ ଛବିନାରାୟଣ ପଣ୍ଡା ଶୁକଳ ପଞ୍ଚାୟତରୁ ଦୀର୍ଘ ୬ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘରର ଏନ୍‌ଆରଜିଏସ୍‌ ଟଙ୍କା ଲୁଟୁଥିଲା।