Odia News Portal

କର ଫାଉଣ୍ଡେସନ୍ ତରଫରୁ “ଆନ୍ତର୍ଜାତୀୟ ମହିଳା ଦିବସ” ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ କର ଫାଉଣ୍ଡେସନ୍ ଓ “ମୋ ସାଇକେଲ୍‌”ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଏକ ସାଇକ୍ଲୋଥନ୍ ଭୁବନେଶ୍ୱରସ୍ଥିତ ଶିଶୁଭବନ ଛକରୁ ମାଷ୍ଟରକ୍ୟାିନ୍ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ସମାଜର ବିଭିନ୍ନ ବର୍ଗ, ଯଥା- ସାମ୍ବାଦିକ, ପୋଲିସ୍ ଓ ସମାଜସବୀ ଓ ଅନ୍ୟାନ୍ୟ ବର୍ଗର ଲୋକମାନେ ଏହି  Empowering women, Empowering Humanity ଲେଖାଥିବା ଟି\’ସାର୍ଟ ପିନ୍ଧି ସାଇକ୍ଲୋଥନ୍‌ରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ, ଭୁବନଶ୍ୱର ଜୋନ୍‌-୧ ଏ.ସି.ପି. ଶ୍ରୀଯୁକ୍ତ ମାନସରଞ୍ଜନ ଗଡ଼ନାୟକ, କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ଅଭିନେତା ଚନ୍ଦନ କର, ସମାଜସେବୀ ବାସୁଦେବ ଭଟ୍ଟ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ସମାଜରେ ମହିଳାଟି ପ୍ରତ୍ୟେକ ସମୟରେ ନିର୍ଯ୍ୟାତନା, ଶୋଷଣ, ଦୁଷ୍କର୍ମ ପ୍ରଭୃତି ଅକଥନୀୟ ଅତ୍ୟାଚାରର ଶିକାର ହେଉଛି । ବିଗତ ଦିନରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଆସୁଅଛି ।

ତଥାପି ମହିଳାଟି ସମାଜରେ ନିଜକୁ ସୁରକ୍ଷିତ ମନେ କରୁନାହିଁ । ଏହାର କାରଣଗୁଡ଼ିକର ନିରାକରଣ ଓ ସଚେତନତା ସମ୍ବନ୍ଧରେ ଅତିଥିମାନେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କର ଫାଉଣ୍ଡେସନ୍‌ର ଟ୍ରଷ୍ଟି ମୀର ଅହମ୍ମଦ ଅଲ୍ଲି, ହାସ୍ୟାଭିନତା ଜ୍ଞାନ, ଶାନ୍ତିସ୍ୱରୂପ, ଶେଖର ମହାନ୍ତି, ସୁଶାନ୍ତ ମଲ୍ଲିକ, ବିନୋଦ ରାଉତ, ଚକ୍ରଧର ମାଝି, ମନୋଜ, ଗୋବିନ୍ଦ, ରିଙ୍କି, ପିଙ୍କି, ଶୁଭଦର୍ଶିନୀ, ପ୍ରିୟଦର୍ଶୀନି, ଫକୀରମୋହନ, ପାର୍ଥସାରଥୀ, କଲିମ୍‌, ସିରାଜ, ପପୁ ପ୍ରମୁଖ ଯୋଗ ଦେଇଥିଲେ ।