କଟକ : କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ସିଢେ। ପଂଚାୟତର ତାରିଣୀଛକ ନିକଟରେ ଥିବା ଗାନ୍ଧୀ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି । ଦୁର୍ବୃତ୍ତମାନଙ୍କର ଏଭଳି ହୀନ ମାନସିକତାକୁ ସାଧାରଣ ଲୋକେ ଘୋର ନିନ୍ଦା କରିଛନ୍ତି। କିନ୍ତୁ ସ୍ଥାନୀୟ ଲୋକେ ଦୁର୍ବୁତ୍ତଙ୍କ ଭୟରେ ମୁହଁ ଖୋଲୁ ନାହାନ୍ତି।
ତେବେ ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି । ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ଅଞ୍ଚଳର ଅବିନାଶ ମହାନ୍ତି ଓରଫ ବିଗନ ଏବଂ ଦେବାଶିଷ ବଳ ଓରଫ ଦିପୁ। ଏମାନେ ମଦ ପିଇ ଏଭଳି ଘଟଣା ଘଟାଇ ଥିବା ପୋଲିସ ସୂଚନା ଦେଇଛି।
