ଭୁବନେଶ୍ବର : ରାଜଧାନୀରେ ଘଟିଛି ଅଘଟଣ । ଭୁବନେଶ୍ବର ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ଭୁଷୁଡି ପଡିଛି ତିନି ମହଲା ବାଲକୋନୀ । ଏହି ଅଘଟଣରେ ଅଳ୍ପକେ ବର୍ତ୍ତିଯାଇଛନ୍ତି କଲୋନୀ ବାସିନ୍ଦା ।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଏକ ତିନି ମହିଲା କୋଠାର ବାଲକୋନୀ ଭୁଷୁଡି ପଡିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କଲୋନୀ ବାସିନ୍ଦା । କାହାର କୌଣସି କ୍ଷତି ହୋଇଥିବାର ସୂଚନା ମିଳିନାହିଁ । ତେବେ ବାଲକୋନୀ ଭୁଷୁଡିବା ଦ୍ବାରା ତଳେ ଥିବା ଗାଡି ଷ୍ଟାଣ୍ଡ ସାମାନ୍ୟ କ୍ଷତି ହୋଇଛି ।
