ଭୁବନେଶ୍ୱର : ନୟାପଲ୍ଳୀ ୱାର୍ଡ ନଂ ୩୯ ଅଧିନରେ ଥିବା ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଂସଦ ପ୍ରାଙ୍ଗଣରେ ସମାଜସେବୀ ତଥା
ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ କରୋନା ଭାଇରସ ପାଇଁ
ଏକ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବୀର ସାମାଜିକ ସଂଗଠନ , ମହାବୀର ପୂଜା
କମିଟି, ଆଂଚଳିକ ବିକାଶ କେନ୍ଦ୍ର , କସ୍ତୁରୀ ମହିଳା ସଂଗଠନ , ବାଲିତୋଟା ସାହି ଓନସ୍ର୍ ଆସୋସିଏସନ, ନୂଆସାହି ବରିଷ୍ଠ
ନାଗରିକ କଲ୍ୟାଣ ସଂଘ ଓ ଲାଫିଙ୍ଗ କ୍ଲବର ପଦାଧିକାରୀ ମାନେ ଉପସ୍ଥିତ ରହି ଆସନ୍ତା କାଲି ହୋଲି ପର୍ବ ଅବସରରେ
କରୋନା ଭାଇରସ ପାଇଁ ଯେପରିକି ବିପଦଜନକ ରଙ୍ଗରୁ ଦୂରେଇ ରହି ଚନ୍ଦନରେ ହୋଲି ପର୍ବ ପାଳନ କରିବା ପାଇଁ ନିଜ
ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଉପସ୍ଥିତ ଥିବା ସଦସ୍ୟ ମାନଙ୍କୁ ଅନୁରୋଧ କରାଯାଇଥିଲା ଯେ ନିଜ ପରିବାର ଓ ପାଖ
ପଡୋଶୀ ମାନଙ୍କୁ ସଚେତନତା କରାଇବା ପାଇଁ ।
ଶେଷରେ ଅଂଚଳର ବରିଷ୍ଠ ନାଗରିକି ମହିଳା, ଓ ଯୁବ ବନ୍ଧୁ ମାନେ ପରସ୍ପର ଚନ୍ଦନ ବୋଳବୋଳି ହୋଇ ଆଜି ହୋଲି ପାଳନ କରି ଚନ୍ଦନରେ ଖେଳିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗିରିକ ବୈଷ୍ଣବ ପ୍ରସାଦ ମହାନ୍ତି ପ୍ରଫୁଲ କୁମାର ଦାସ , କାନନବାଳା ମହାପାତ୍ର, ବନଜା ଦାସ, ରମେଶ ଚନ୍ଦ୍ର ନାୟକ, ରାକେଶ କୁମାର ମହାନ୍ତି , ଜୟକୃଷ୍ଣ ରାଜହଂସ , ବାଣି କୁମାର ନନ୍ଦ , ବିବେକାନନ୍ଦ କର, ଶୈଳେନ୍ଦ୍ର ପ୍ରସାଦ ରାୟ, ରାଧା ବଲ୍ଲଭ ବରାଳ ଓ ଅଂଚଳର ଅନେକ ବରିଷ୍ଠ ନାଗରିକ ଓ ଯୁବବନ୍ଧୁ ମାନେ ଉପସ୍ଥିତ ଥିଲେ ।
