Odia News Portal

କାକଟପୁର ମା’ ମଙ୍ଗଳାଙ୍କର ଝାମୁ ଯାତ୍ରା ଆରମ୍ଭ

କାକଟପୁର  : କାକଟପୁର ମା ମଙ୍ଗଳାଙ୍କର ଝାମୁ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ଚୈତ୍ର ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ମଙ୍ଗଳବାର ଆରମ୍ଭ ହୋଇ ପ୍ରାୟ ଏକ ମାସ ଧରି ଚାଲିବ। ଏହି ଦିନ ପ୍ରତ୍ୟକ ଗାଁ ମାନଙ୍କରେ ନାରୀମାନେ ଚଉରା ମୂଳେ ମାଟିରେ ପନ୍ଥେଇ ପ୍ରସ୍ତୁତକରି ମା’ମଙ୍ଗଳାଙ୍କ ବହି ପଢ଼ି ମଙ୍ଗଳାଙ୍କୁ ଆରଧ୍ୟନ କରିଥାନ୍ତି। ସ୍ତ୍ରୀ ଲୋକମାନଙ୍କ କହିବା ଅନୁସାରେ ଘରର ବଡ଼ ପୁଆମାନଙ୍କ ଶୁଭକାମନା କରି ସେମାନଙ୍କ ପରିବାର କଲ୍ୟାଣ ନିମନ୍ତେ ଏହି ଓଷା କରାଯାଏ।

ମିଳିଥିବା ସୂଚନା ମୁତାବକ, ମା ମଙ୍ଗଳାଙ୍କ ଦର୍ଶନ ଲାଗି ରାଜ୍ୟ ଏବଂ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ ଭୋର ୫ଟାରୁ ମା’ଙ୍କ ପହଡ଼ ଖୋଲିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।