Odia News Portal

ଟଙ୍କା ରଖିବା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନିଏ, ରାଜ୍ୟ ସରକାର ନୁହେଁ

ଭୁବନେଶ୍ୱର() ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜରୀ । ସେ କହିଛନ୍ତି ଟଙ୍କା ରଖିବା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନିଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ । ଶ୍ରୀମନ୍ଦିର ଟଙ୍କା ରଖିବା ନେଇ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । କିନ୍ତୁ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧% ସୁଧ ପ୍ରସ୍ତାବ ଦେଇଥିଲା । ଅଧିକ ସୁଧ ପ୍ରସ୍ତାବ ୟେସ୍ ବ୍ୟାଙ୍କ ଦେଇଥିବାରୁ ଟଙ୍କା ରଖାଯାଇଥିଲା । ୟେସ୍ ବ୍ୟାଙ୍କ ସହ କାରବାର ନକରିବାକୁ କୌଣସି ପ୍ରକାର ସୂଚନା ମଧ୍ୟ ନଥିଲା ।