ଭୁବନେଶ୍ୱର : ବାପାଙ୍କ ଭଳି ଶ୍ୱଶୁର,ଘରଠୁ ଅଧିକ ଶାଶୂଘର ଓ ଭଲ ସ୍ୱାମୀ ପାଇ ମୁଁ ବହୁତ ଖୁସି । ମୋ ଖୁସିର ସୀମା ନାହିଁ । ଏଭଳି କିଛି ଗଣମାଧ୍ୟମ ସମ୍ମୁଖରେ ଆଜି କହିଛନ୍ତି ଅଭିନେତ୍ରୀ ତଥା ବିଧାୟକ ଡ୍ୟାନି ଘଡେଇଙ୍କ ପତ୍ନୀ ଝିଲିକ । ବିବାହ ର ପରଦିନ ଅର୍ଥାତ ଆଜି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବା ସହ ଏଭଳି ସେ କହିଛନ୍ତି ।
ଆଜି ଅପରାହ୍ନରେ ତୁମୁଡୁମା ସ୍ଥିତ ପ୍ରତିଭା ଅନାଥ ଆଶ୍ରମରେ ଅଭିନେତ୍ରୀ ଝିଲକ ଓ ତାଙ୍କ ସ୍ୱାମୀ ବିଧାୟକ ଡ୍ୟାନି ଘଡେଇ ପହଞ୍ଚି ସେଠାରେ ପିଲାଙ୍କ ସହ ଖୁସି ବାଣ୍ଟିଥିଲେ । ଅନାଥ ଆଶ୍ରମ ର ୩୫ ଜଣ ପିଲାଙ୍କ ସହ ବହୁ ହସ ଖୁସିରେ କରିଥିଲେ ବହାଘରର ସେଲିବ୍ରେସନ । ପିଲାମାନେ ମଧ୍ୟ ନିଜ ପ୍ରିୟ ଅଭିନେତ୍ରୀଙ୍କୁ ତାଙ୍କ ଗହଣରେ ପାଇ ବେଶ ଖୁସି ହୋଇଥିଲେ ।
