Odia News Portal

ଗଜପତିରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ ସେବା । ସି ଟିମ, ଉଡାନ, ଅକ୍ଷୟ ଦାନ ପାତ୍ର, ଏରୋବିକ୍‌ ଫିଟନେସ, କିନ୍ନରଙ୍କ ପାଇଁ ସୁରଭି ଓମଫେଡ ପାର୍ଲର ପରେ ଏବେ ପିଙ୍କ ଅଟୋ ସେବାର ଶୁଭାରମ୍ଭ କରିଛନ୍ତି ଗଜପତି ଏସପି ସାରା ଶର୍ମା । ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦୁଇଟି ପିଙ୍କ୍‌ ଅଟୋ ଚଳାଚଳର ଶୁଭାରମ୍ଭ କରିଛନ୍ତି ।

ଏହାର ଚାଳକ ଅଛନ୍ତି ଦୁଇ ଜଣ ମହିଳା ଋତୁ ଶର୍ମା ଓ କେ. ଈଶ୍ୱରୀ । ସେମାନେ ନିଜ ଅସହାୟତା ଓ ଜୀବନଜୀବିକାକୁ ନେଇ ସଂଘର୍ଷ ସଂପର୍କରେ ଏସପି ସାରା ଶର୍ମାଙ୍କୁ ଜଣାଇଥିଲେ । ଏହାପରେ ବ୍ୟାଟେରୀ ଚାଳିତ ଦୁଇଟି ଅଟୋ ପାଇଁ ଋଣ ଓ ପ୍ରଶିକ୍ଷଣ ଦାୟିତ୍ୱ ଖୋଦ୍‌ ଏସ୍‌ପି ସାରା ଶର୍ମା ନେଇ ସେମାନଙ୍କ ସ୍ୱପ୍ନ ସାକାର କରିଛନ୍ତି ।