Odia News Portal

ରାଜଧାନୀରୁ ପୁଣି ଗିରଫ ହେଲେ ୪ ଦେହ ଦଲାଲ

ଭୁବନେଶ୍ୱର : ରାଜଧାନୀରୁ ପୁଣି ୪ ଜଣ ଦେହ ଦଲାଲ ଗିରଫ ।  ସେମାନେ ହେଲେ  ବିଦ୍ୟାପତି ସାହୁ , ଦିନଦୟାଲ ରାଓ  ସୁନିଲ୍  ମହାରଣା  ଓ ଅଲ୍ଲିଉଦ୍ଦିନ ଖାନ୍ । ଏହାସହ ୫ ଜଣ ଯୁବତୀଙ୍କୁ ମଧ୍ୟ  ଉଦ୍ଧାର କରିଛି STF ଟିମ୍‌ ।

ଉଲ୍ଲେଖନୀୟ ଯେ, ରାଜଧାନୀରେ ଧିରେ ଧିରେ ସେକ୍ସ ରାକେଟର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବାକୁ ପୁଲିସ୍‌ର ମୁଣ୍ଡ ବ୍ୟଥାର କାରଣ ସାଜିଛି ।  ନିକଟରେ ବାଂଲାଦେଶୀ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ କରିଥିଲା  କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) । ଏହି ଲିଙ୍କ୍‌ରେ ସମ୍ପୃକ୍ତ ଆଉ ଜଣେ ଦଲାଲ୍‌କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଥିଲା । ସେ ଚନ୍ଦକା ମଳିପଡ଼ାର ପ୍ରଶାନ୍ତ ପ୍ରଧାନ ଓରଫ୍‌ ବୁଲୁ(୩୨) ବୋଲି ଜଣା ପଡିଥିଲା ।

୨ ଜଣ ଦେହଜୀବୀଙ୍କୁ ଗ୍ରାହକଙ୍କ ପାଖକୁ ନେବା ବେଳେ ଏସ୍‌ଟିଏଫ୍‌ ତାଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଉଠାଇ ନେଇଥିଲା । ପୂର୍ବରୁ ଧରା ପଡିଥିବା ଦମ୍ପତି ପଞ୍ଚାନନ ପାଢ଼ୀ ଓ ପ୍ରିତୀ ପାଢ଼ୀଙ୍କ ଦେହବେପାର କାରବାରରେ ବୁଲୁ ଦଲାଲ କାମ କରୁଥିଲା ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଥିଲା  ।