ଗଜପତି : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ନିକଟସ୍ଥ କୂଆଁପଡା ପୋଲରେ ଲଗାଯାଇଛି ଧମକ ପୂର୍ଣ୍ଣ ଚିଠି। ଏହି ଚିଠିରେ ଲେଖାଯାଇଛି ଯେ ‘ବ୍ରିଜ୍ ଦେଇ କେହି ଯାଆନ୍ତୁ ନାହିଁ, କାହିଁକିନା ଏହି ବ୍ରିଜଟିକୁ ବ୍ଲାଷ୍ଟିଂ କରାଯିବ’।
ଏଭଳି ଧମକପୂର୍ଣ୍ଣ ଚିଠି କିଏ ଓ କାହିଁକି ଲାଗାଇଛି ଜଣା ପଡିନଥିବା ବେଳେ ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ନଦୀପଠାକୁ ଯିବା ପାଇଁ ସୂରକ୍ଷିତ ମଣୁନାହାନ୍ତି ।
