ପୁରୀ() ପୁରୀ ଏକ ଅନ୍ତର୍ଜାତିକ ଧର୍ମସ୍ଥଳୀ ଓ ପ୍ରର୍ଯ୍ୟଟନ କେନ୍ଦ୍ର ହୋଇଥିବା ଦୃଷ୍ଟିରୁ କରୋନା ଭଳି ଏକ ଭୟଙ୍କର ମହାମାରୀରୁ ରକ୍ଷା ପାଇବା ପାଇଁ ତୀର୍ଥଯାତ୍ରୀ ଓ ସେବାୟତଙ୍କ ଉପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । ଆଜି ପୁରୀଠାରେ ଛତିଶା ନିଯୋଗ କମିଟିର ଏକ ଜରୁରୀ ବୈଠକ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧକ୍ଷତାରେ ଅନୁÂିତ ହୋଇ ଏହି ନିଷ୍ପତି ନିଆଯାଇଛି । ଏଥିରେ କୁହାଯାଇଛି ଯେ ଏଣିକି ମହାପ୍ରଭୁଙ୍କର ସମସ୍ତ ସେବାୟତ ଓ ପୂଜାପଣ୍ଡାମାନେ ମାସ୍କ ପିନ୍ଧିବେ ।

ତୀର୍ଥଯାତ୍ରୀ ମାନଙ୍କ ରୁଣ୍ଡ ହେବାରୁ ନିବ୍ରୃତ କରିବା ପାଇଁ ମନ୍ଦିର ଭିତରେ କେତକ ରୀତିନୀତିକୁ ଯଥା ସମ୍ଭବ ହ୍ରାସ କରାଯିବ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅସୁଥିବା ଭକ୍ତମାନେ କରୋନାରେ ପିଡିତ ନାହାଁନ୍ତି କିମ୍ବା ସେମାନଙ୍କ ଠାରେ ସେଭଳି କୌଣସି ଲକ୍ଷଣ ନାହିଁ ବୋଲି ଲିଖିତ ଭାବେ ମନ୍ଦିର ପ୍ରଶାସନକୁ ଜଣାଇବେ ।

ଏହ ବ୍ୟତିତ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ଭିତରେ ଥିବା ଆନନ୍ଦ ବଜାରରେ ଭକ୍ତମାନେ ବସିବା କିମ୍ବା ପ୍ରଶାଦ ସେବନ କରିବାକୁ ନିଷେଧ କରାଯାଇଛି । ଏହି କଟକଣା ଆସନ୍ତା ଏପି୍ରଲ ୧୫ ତରିଖ ପର୍ଯ୍ୟନ୍ତ ବଳବତ ରହିବ ।
କୌଣସି ଯାତ୍ରୀ ଅରୁଣ ସ୍ତମ୍ବ, ଗରୁଡ ସ୍ତମ୍ବକୁ ଛୁଇଁବା ମଧ୍ୟ ବାରଣ କରାଯାଇଛି । ମନ୍ଦିର ଭିତରେ ଅଧିକ ସଂଖ୍ୟକ ଯାତ୍ରୀ ସମାଗମକୁ ମଧ୍ୟ ପ୍ରସୟ ଦିଆଯିବ ନାହିଁ ବୋଲି ନିଷ୍ପତି ହୋଇଛି ।
ଏହି ବୈଠକରେ ବଳମନ୍ତ ସିଂ, ଛତିଶ କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
