କଟକ ମହାନଦୀ ବିହାର ଅଞ୍ଚଳରୁ ବଡ଼ ଧରଣର ଲୁଟ ଘଟଣାର ପର୍ଦାଫାସ କଲା କମିଶନରେଟ ପୋଲିସ। ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଏମ ରାଇଡୁ। ତାକୁ ଗଂଜାମ ଅଞ୍ଚଳରୁ ଗିରଫ କରିଛି ପୋଲିସ ଓ ତା ନିକଟରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା, ଗୋଟେ ମୋବାଇଲ ଓ ଗ୍ୟାସ କଟର ମଧ୍ୟ ଜବତ କରିଛି।
ସୂଚନାନୁସାରେ କଟକ ନୂଆ ବଜାର କନହେଇ ପୁର ଅଞ୍ଚଳର ପ୍ରଶାନ୍ତ କୁମାର ସେନାପତି ନାମକ ଜଣେ ବ୍ୟକ୍ତି ମହାନଦୀ ବିହାର ଅକ୍ସିସ ବ୍ୟାଙ୍କ ରୁ ୪ ଲକ୍ଷ ୨୮ ହଜାର ଟଙ୍କା ଉଠାଇ ନିଜର କାର ଯୋଗେ ବାହାରିଥିଲେ । ସେଲେବ୍ରେସନ ସମ୍ମୁଖରେ ଥିବା ଏକ ହୋଟେଲ କୁ ବିରିୟାନି କିଣିବା ପାଇଁ ଯାଇଥିଲେ। ସେହି ସମୟରେ ଜଣେ ଯୁବକ ଆସି ତାଙ୍କୁ କହିଥିଲେ କି ଆପଣଙ୍କର ପର୍ସ ଗଳିପଡିଛି। ସେ ସେହି ସମୟରେ ଯେତେବେଳେ ପଛକୁ ବୁଲି ଅଣାଇଥିଲେ ସାଙ୍ଗେ ସାଙ୍ଗେ ତାଙ୍କର କାର କାଚ ଭାଙ୍ଗି ୪ ଲକ୍ଷ ଟଙ୍କା ଥିବା ବ୍ୟାଗ ନେଇଯାଇଥିଲେ। ଲୁଟ ପରେ ଦୁର୍ବୁତ୍ତ ମହାନଦୀ ବିହାର ଆଡକୁ ବାଇକରେ ପଳାଇଯାଇଥିଲେ।ପରେ ଚଉଳିଆଗଞ୍ଜ ଥାନା ପୋଲିସ ତଦନ୍ତ ଚଳାଇଥିଲା।
