ନୂଆଦିଲ୍ଲୀ () ପୁରା ବିଶ୍ୱରେ କାୟା ମେଲାଇ ଚାଲିଛି ମହାମାରୀ କରୋନା ଭାଇରସ। କରୋନା ଭାଇରସ୍ କବଳରେ ଏବେ ବିଶ୍ୱର ପ୍ରାୟ ୧୪୮ ଦେଶ । ସାରା ଦୁନିଆରେ କରୋନା ଯୋଗୁ ପ୍ରାୟ ୬୬୧୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ୧୬୮୦୧୯ ଲୋକ ଏପର୍ୟ୍ୟନ୍ତ ବିଶ୍ୱରେ ଆକ୍ରାନ୍ତ ହେଲେଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି ।
କରୋନାରେ ପୀଡିତ ଥିବା ମୁଖ୍ୟ ୧୦ଟି ଦେଶ ମଧ୍ୟରେ ଚୀନରେ ୮୧୦୭୭ ମାମଲା,ଇଟାଲି ୨୪୭୪୭,ଇରାନ ୧୪୯୯୧,କୋରିଆ ୮୨୩୬,ସ୍ପେନ୍ ୭୭୫୩,ଫ୍ରାନ୍ସ ୫୩୮୦,ଜର୍ମାନୀ ୪୮୩୮,ସ୍ୱିଜରଲାଣ୍ଡ ୨୨୦୦, ୟୁଏସ୍ଏ ୧୬୭୮ ଓ ନେଦରଲାଣ୍ଡ ୧୪୧୩ଟି ମାମଲା ନଜରକୁ ଆସିଛି ।
ତେବେ କରୋନାକୁ ମୁକାବିଲା ପାଇଁ ଆବଶ୍ୟକ ହେଉଥିବା ସାନିଟାଇଜର ପର୍ୟ୍ୟାପ୍ତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି । ଏହାର ମୁକାବିଲା ପାଇଁ ପ୍ରତିମାସ ୯ କୋଟି ମାକ୍ସ, ୩ କୋଟି ଗାଉନ୍, ୧୧ ଲକ୍ଷ ଚଷମା ଓ ୩୦ ଲକ୍ଷ ଲିଟର ସାନିଟାଇଜର ଦରକାର ।
ଏହି ସାନିଟାଇଜର ଅଭାବ ପୂରଣ କରିବା ପାଇଁ କମ୍ପାନୀମାନେ ୪୦ ପ୍ରତିଶତ ଅଧିକ ଉତ୍ପାଦନ କରିବାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛ ।