Odia News Portal

ରାଜ୍ୟର କିଛି ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ଟିକେଟ୍‌ ୫ ଗୁଣ

ଭୁବନେଶ୍ୱର : କରୋନାର ପ୍ରଭାବରେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୂର୍ବତଟ ରେଳବାଇର ପଦକ୍ଷେପ । ରାଜ୍ୟର କିଛି ଷ୍ଟେସନ୍‌ରେ ପ୍ଲାଟ୍‌ଫର୍ମ ଟିକେଟ୍‌କୁ ୫ ଗୁଣ ବଢ଼ାଇ ଦିଆଯାଇଛି । ଅର୍ଥାତ୍‌ ଏବେ ଷ୍ଟେସନ୍‌ ଭିତରକୁ ଗଲେ ଆପଣ ୧୦ ଟଙ୍କା ବଦଳରେ ୫୦ ଟଙ୍କା ଦେଇ ପ୍ଲାଟଫର୍ମ ଟିକେଟ୍‌ କିଣିବେ ।

ପୂର୍ବତଟ ରେଳବାଇ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ ଏବଂ ବ୍ରହ୍ମପୁର ଷ୍ଟେସନ୍‌ରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା କରାଯାଇଛି । ସେହିପରି ବିଶାଖାପାଟଣା, ବିଜୟ ନଗରମ, ଶ୍ରୀକାକୁଲମ ରୋଡ, ରାୟଗଡ଼ା ଓ ସମ୍ବଲପୁରରେ ମଧ୍ୟ ଏହି ନୂତନ ଦର ଲାଗୁ କରାଯାଇଛି । ବିଶାଖାପାଟଣା ଷ୍ଟେସନ୍‌ରେ ଏହି ଦର ଲାଗୁ ହୋଇ ସାରିଛି ।

ଗତକାଲି ପଶ୍ଚିମାଞ୍ଚଳ ରେଳବାଇ ଅନ୍ତର୍ଗତ ମହାରାଷ୍ଟ୍ରର ୨୫୦ଟି ଷ୍ଟେସନ୍‌ରେ ଏହି ବର୍ଦ୍ଧିତ ଦର ଲାଗି କରାଯାଇଥିଲା । ଷ୍ଟେସନ୍‌ରେ ଅଯଥା ଲୋକଭିଡ଼କୁ ରୋକିବା ପାଇଁ ରେଳବାଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।