Odia News Portal

ସମ୍ପର୍କରେ କଳଙ୍କ : ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଦାଦା ଗିରଫ

ଯାଜପୁର : ସମ୍ପର୍କରେ କଳଙ୍କ। ଝିଆରୀକୁ ଦୁଷ୍କର୍ମ କରି ସମ୍ପର୍କୀୟ ଦାଦା ଗିରଫ । ଏଭଳି ଏକ ସଙ୍ଗୀନ୍ ଅଭିଯୋଗ ଆସିଛି  ଯାଜପୁର ଜିଲ୍ଲା ଧର୍ମଶାଳାରୁ। ଯେଉଁଠାରେ ଜଣେ ୮ବର୍ଷର ନାବାଳିକାକୁ ତାର ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି।

ଗତ ୧୪ ତାରିଖ ରାତିରେ ବାଲିଚନ୍ଦ୍ରପୁର ଥାନା ମହିପୁର ଗ୍ରାମର ପ୍ରଦୀପ ଦାସ (୪୦) ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ପୀଡିତାର ମା ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ପ୍ରଦୀପକୁ ଥାନାକୁ ନେଇ ପଚରାଉଚରା କରିବା ପରେ ନିଶାଶକ୍ତ ଅବସ୍ଥାରେ ସେ ଏହି କାଣ୍ଡ ଭିଆଇଥିବା ସ୍ୱୀକାର କରିଥିଲା। ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଯାଜପୁର କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି।