ଭୁବନେଶ୍ବର : କରୋନା ମହାମାରୀ ଆତଙ୍କକୁ ରୋକିବା ପାଇଁ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଜାରି ଅଛି। ଏଥି ପାଇଁ ଭୁବନେଶ୍ବରେ କମିଶନ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜଧାନୀରେ ଜନତା କର୍ଫ୍ୟୁ ସଫଳ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ସମର୍ଥନ କରିଛିନ୍ତି। ଏଥି ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସୁରକ୍ଷାର ସ୍ଥିତି ସମୀକ୍ଷା କଲେ ଡିସିପି ଅନୁପ ସାହୁ। ସହରରେ ମୋଟ୍ ୪୦ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ୧୦୦ ଅଫିସର ଓ ୫୩ଟି ପିସିଆର୍ ସଜାଗ ଅଛନ୍ତି। ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନେ ଏକ ଫର୍ମ ଫିଲ୍ଅପ୍ କରାଯାଇ ତଥ୍ୟ ସଂଗ୍ରହ କରାଯିବା ପରେ ଛଡାଯାଉଛି। ଯେଉଁଥିରେ ସେମାନଙ୍କ ନାମ ଏବଂ କେଉଁ କାମରେ ବାହରକୁ ଯାଉଛନ୍ତି ତାହା ଉଲ୍ଲେଖ କରିବାକୁ ପଡୁଛି।
କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଘରୁ ବାହାରିବାକୁ ବାରଣ କରାଯାଇଛି । ଏହାର ପ୍ରଭାବ ସବୁଆଡେ ଦେଖିବାକୁ ମିଳିଛି । ସଦାସର୍ବଦା ଚଳଚଞ୍ଚଳ ରାଜଧାନୀରେ ଜନ ଶୂନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ହୋଇଯାଇଛି। ସମସ୍ତ ଜନସାଧାରଣଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ ନହେଲେ ଘରୁ ବାହାରିବାକୁ ମନା କରାଯାଇଛି । ଏଥି ପାଇଁ ସହରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଏହି ଜନତା କର୍ଫ୍ୟୁ ସମୟରେ କେବଳ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସ୍ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍, ପାନୀୟ ଜଳ ଓ ବିଦ୍ୟୁତ ସେବା ମିଳିବ। ଏହି ସମୟରେ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ୍ ମଧ୍ୟ ଖୋଲା ରହିବ।
