Odia News Portal

ଫାଶୀ ପଇସାରେ ଝିଅ ବାହାଘର କରିବି

ନୂଆଦିଲ୍ଲୀ() ନିର୍ଭୟା ମାମଲାରେ ଅଭିଯୁକ୍ତ ଚାରି ଅଭିଯୁକ୍ତଙ୍କୁ ଶୁକ୍ରବାର ସକାଳ 5:30 ରେ ଫାଶୀ ଦିଆଯାଇଥିଲା। ଫାଶୀ ଘରେ କାହାକୁ ରହିବାକୁ ଅନୁମତି ଦିଆଯାଇନଥାଏ । ଅପରାଧୀଙ୍କୁ ଫାଶୀ ଦେଇଥିବା ପୱନ ଜଲାଦ ଏକ ବିଶେଷ ବାର୍ତ୍ତାଳାପରେ କହିଛନ୍ତି ଯେ ମୁଁ ମୋର ଧର୍ମ ପାଳନ କରିଛି। ଏହା ଆମର ପୈତୃକ କାର୍ଯ୍ୟ। ଦୋଷୀମାନଙ୍କୁ ମୃତ୍ୟୁ ପୂର୍ବରୁ ଅନୁତାପ କରିବା ଉଚିତ୍, କିନ୍ତୁ ସେମାନେ ତାହା କରି ନାହାଁନ୍ତି। ” ଚାରି ଦୋଷୀ ଫାଶୀ ପାଇବା ପରେ ପଓ୍ବନ ନିଜ ଝିଅ ବାହାଘର କରିବେ ବୋଲି ସ୍ଥିର କରିଥିଲେ। ଟଙ୍କା ଅଭାବରୁ ସେ ଝିଅ ବାହାଘର କରିପାରୁ ନଥିବା ବେଳେ ଏହି ଟଙ୍କା ପାଇ ଖୁବ୍ ଖୁସି ଥିବା କହିଛନ୍ତି।