ନୂଆଦିଲ୍ଲୀ() ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ୩୯୦ରୋଗୀଙ୍କ ମଧ୍ୟରୁ ୩୪୯ଭାରତୀୟ ଥିବା ବେଳେ ୪୧ଜଣ ବିଦେଶୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଭାରତରେ ଚିକିତ୍ସାଧୀନ ରୋଗୀ ସଂଖ୍ୟା ୩୫୯ ଅଛନ୍ତି । ଆନ୍ଧ୍ରପ୍ରଦେଶରେ ୫, ବିହାରରେ ୨, ଛତିଶଗଡ଼ରେ ୧, ଦିଲ୍ଲୀ ୨୯, ଗୁଜୁରାଟରେ ୧୮, ହରିଆଣାରେ ୨୧, ହିମାଚଳପ୍ରଦେଶରେ ୨, କର୍ଣ୍ଣାଟକରେ ୨୬, କେରଳରେ ୬୭, ମଧ୍ୟପ୍ରଦେଶରେ ୬, ମହାରାଷ୍ଟ୍ରରେ ୬୭, ଓଡ଼ିଶାରେ ୨, ପଣ୍ନିଚେରୀରେ ୧, ପଞ୍ଜାବ୨୧, ରାଜସ୍ଥାନରେ ୨୭, ତାମିଲନାଡ଼ୁରେ ୯, ତେଲଙ୍ଗାନା ୨୬, ଚଣ୍ଡିଗଡ଼ରେ ୫, ଜାମ୍ମୁକାଶ୍ମୀରରେ ୪, ଲଦାଖରେ ୧୩, ଉତ୍ତରପ୍ରଦୋରେ ୨୭, ଉତ୍ତରାଖଣ୍ଡରେ ୩, ପଶ୍ଚିମବଙ୍ଗରେ ୭ ଜଣ ଆକ୍ରାନ୍ତ ଅଛନ୍ତି ।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ତୃତୀୟ ସପ୍ତାହରେ ୩୯୦ ରେ ପହଞ୍ଚିଛି । ଯାହା କରୋନା ଆକ୍ରାନ୍ତ ଇରାନଠୁ ଅଧିକ । ତୃତୀୟ ସପ୍ତାହ ବେଳକୁ ଇରାନରେ ୨୪୫ଜଣ ଆକ୍ରାନ୍ତ ହୋଇଥିଲେ ଯାହା ଚତୁର୍ଥ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭୪୭ପହଞ୍ଚାଇଥିଲା । ଏଭଳି ସ୍ଥିତିରେ ଚତୁର୍ଥ ସପ୍ତାହ ବେଳକୁ ଭାରତର ଅବସ୍ଥା କଣ ହେବ ଏନେଇ ଆକଳନ କରିବା ମୁସ୍କିଲ ହୋଇପଡ଼ିଛି ।
Sign in
Sign in
Recover your password.
A password will be e-mailed to you.