ପୁରୀ : ସାରା ବିଶ୍ଵ କୋରୋନା କବଳରୁ ବଞ୍ଚିବା ପାଇଁ ପ୍ରୟାସ କରୁଛୁ। ସୋମବାର ଶ୍ରୀକ୍ଷେତ୍ର ପୁରୀରେ ଲକଡାଉନର ପ୍ରଥମ ଦିନ ଥିବା ବେଳେ ଦେଖିବା ମିଳିନଥିଲା ଲକଡାଉନର ପ୍ରଭାବ।
ରବିବାର ଦିନ ଜନତା କର୍ଫ୍ୟୁ ଥିବା ନେଇ ଦୋକାନ ହଜାର ସବୁ ବନ୍ଦ ଥିବା ବେଳେ ସୋମବାର ପନିପରିବା ଏବଂ ତେଜରାତି ଦୋକାନରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା।
କିପରୀ ଆପଣ ନିଜ ସୁରକ୍ଷା ସହ ନିଜ ପରିବାର ପରିବେଶର ଲୋକଙ୍କ ସୁରକ୍ଷା ରହିବାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ସୁଶୀଲ କୁମାର ଦଳେଇଙ୍କ ପକ୍ଷରୁ ସଚେତନତା ପ୍ରାୟସ ଆରମ୍ଭ କରାଯାଇଛି। ସୋମବାର ଦିନ ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ବସ୍ ଓ ଅଟୋରେ କରୋନା ସଚେତନତା ଉପରେ ପୋଷ୍ଟର ଲଗାଇ ଲୋକଙ୍କୁ ବାର୍ତା ପ୍ରଦାନ କରିଛନ୍ତି।
