ନୂଆଦିଲ୍ଲୀ () ଭାରତରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୮୭ ଛୁଇଁଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୪, କର୍ଣ୍ଣାଟକରେ ୨, ଗୁଜରାଟରେ ୩, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ, ମଧ୍ୟପ୍ରଦେଶ, ଜମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ବିହାର, ହିମାଚଳପ୍ରଦେଶରେ ଜଣେ ଲେଖାଏ ରୋଗୀଙ୍କ ମୃତ୍ୟୁ ହୋଇଛି ।
ଦେଶରେ ୭୩ ଜଣ କରୋନା ସଂକ୍ରମିତ ଭଲ ହୋଇ ଘରକୁ ଫେରିଥିବା ଜଣାପଡିଛି । କେରଳରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ ଛୁଇଁଛି । ତେବେ କରୋନା ଭୂତାଣୁ ଭାରତରେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ରହିଛି।