କେନ୍ଦ୍ରାପଡା : ଫୋନ୍ କଲେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବେ ଆମ ମିଶନ୍ ଶକ୍ତିର ସଦସ୍ୟା ମାନେ । ଡାଏଲ କରନ୍ତୁ ଆଉ ମନଭରି ସୂଦ୍ଧ ସାକାହାରୀ ମିଲ୍ ଖାଆନ୍ତୁ । କରୋନା ଲକଡାଉନରେ ସବୁ ଲକ୍ । ଦୋକାନ ବଜାରରେ ଖାଇବା ମିଳୁନି । ହୋଟେଲ ଉପରେ ନିର୍ଭର କରି ଚଳୁଥିବା ସରକାରୀ କର୍ମଚାରୀ ହୁଅନ୍ତୁ କି ବ୍ୟବସାୟୀ ସବୁ ଉପାସ । ଜନତା କର୍ଫ୍ୟୁ ପରେ ପରେ ଲାଗିଲା କରୋନା ଲକଡାଉନ । ଏହି ସମସ୍ୟାରେ ପଡିଥିବା ଲୋକମାନଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଅଭିନବ ଉପାୟ ବାହାର କରିଛନ୍ତି। ମୋବାଇଲ୍ ନମ୍ବର ୯୨୩୭୪୭୪୮୬୨ ଓ ୯୧୭୮୭୦୯୫୧୭ ରେ ଆପଣ କଲ୍ କରି ପାରିବେ । ଏହି ନମ୍ବରରେ କଲ୍ କଲେ କେନ୍ଦ୍ରାପଡା ପୌର ପାଳିକାର ମାଧପୁର ଠାରେ ଥିବା ସୁରଭି ମହିଳା ମଣ୍ଡଳର ସଦସ୍ୟା ମାନେ ଆପଣଙ୍କର କଲ୍ ରିସିଭ୍ କରିବେ । ଫୋନ୍ କଲ କରି ଆପଣ ଆଗରୁ ଆପଣଙ୍କର ମିଲ୍ ପାଇଁ ଆପଣଙ୍କର ନାମ ଓ ଠିକଣା ରେଜିଷ୍ଟ୍ରେସନ କରିପାରିବେ । ବାସ୍ । କିଛି ସମୟ ପରେ ଆପଣଙ୍କ ଘର ନିକଟରେ ପହଞ୍ଚି ଯିବ ଆପଣଙ୍କର ପ୍ରିୟ ଖାଦ୍ୟ ପ୍ୟାକେଟ । ୨୫ ଟଙ୍କା ମୂଲ୍ୟର ଏହି ଖାଦ୍ୟ ପ୍ୟାକେଟରେ ରହିଛି, ଭାତ , ଡାଲମା ଆଉ ଖଟା କରୋନା ଲକଡାଉନ ପାଇଁ କେନ୍ଦ୍ରାପଡା ସହରରେ ତାଟି କବାଟ ପଡିଛି । ଦୋକାନ ବଜାର ବନ୍ଦ ହେତୁ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ । ସହରର ଅନେକ ବ୍ୟଚେଲର୍ ଭଡାଟିଆ ଏହି ହୋଟେଲ ଉପରେ ନିର୍ଭର କରିଥାନ୍ତି ।
ଏଥିରେ ସରକାରୀ କର୍ମଚାରୀ , ଛାତ୍ର , ବ୍ୟବସାୟୀ ଆଦି ଶ୍ରେଣୀର ଲୋକେ ରହିଛନ୍ତି । ଦୂରଦୂରାନ୍ତର ଲୋକେ ସହରରେ ଭଡାଘରେ ବି ରହୁଛନ୍ତି । ଗତ ୨୨ ତାରିଖରୁ କେନ୍ଦ୍ରାପଡା ସହରରେ ଲାଗିରହିଥିବା ଏପରି ସମସ୍ୟାକୁ ଦୂର କରିବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ଜିଲ୍ଲା ମିଶନ ଶକ୍ତି ଏହି ଉପାୟ ବାଛିଛନ୍ତି । ଗତ ୨୬ ତାରିଖରୁ କେନ୍ଦ୍ରାପଡା ସହରର ମାଧପୁର ଠାରେ ଥିବା ସୁରଭି ମହିଳା ମଣ୍ଡଳ ହାତକୁ ଦିଆ ଯାଇଛି ଏହି କାର୍ଯ୍ୟକ୍ରମର ଦାୟିତ୍ୱ ।ଅର୍ଡର ଅନୁସାରେ ପ୍ରସ୍ତୁତ ହୋଇଯାଉଛି ଖାଦ୍ୟ । ତିଆରି ହେଉଛି ପ୍ୟାକେଟ । ପରେପରେ ଏହି ଖାଦ୍ୟ ପୁଡିଆ ଗୁଡିକୁ ଏକ ଅଟୋରେ ଭରି ଡୋର ଡେଲିଭରି କରିଦିଆ ଯାଉଛି । ଲକଡାଉନ ପାଇଁ ଖାଦ୍ୟ ସମସ୍ୟା ଭୋଗକରୁଥିବା ସହରର ଶତାଧିକ ଉପଭୋକ୍ତା ଏଥିରୁ ଭରପୁର ଫାଇଦା ଉଠାଇ ପାରୁଛନ୍ତି । ଏହି କୋରନା ଲକଡାଉନ ଆହାରକେନ୍ଦ୍ରରେ ପହଞ୍ଚି କେନ୍ଦ୍ରାପଡା ଜିଲ୍ଲାପାଳ ଆହାରର ସ୍ବାଦ ଓ ଗୁଣବତ୍ତା ଅନୁଭବକରି ଧନ୍ୟବାଦ ଦେଇଛନ୍ତି । ଏହି ବ୍ୟବସ୍ଥାକୁ କେନ୍ଦ୍ରାପଡା ସହରରୁ ଲକଡାଉନ ଉଠିବା ପର୍ଯ୍ୟନ୍ତ ଚାଲୁ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।