Odia News Portal

ତିନି ମାସର ଦରମା ଦାନ କଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର : କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ଆଉ ଏକ ଭୂମିକା ନେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଡ. ସାମନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ଦାନ କରିଛନ୍ତି ।

କରୋନା ବିରୋଧରେ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଗତକାଲି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ସାମନ୍ତ ୩ ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଛନ୍ତି।