ନୁଆଦିଲ୍ଲୀ () କରୋନା ଭାଇରସ ଭୟରେ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ବାହାରେ କୋରନା ଭାଇରସ ସଂକ୍ରମିତ ହେବା ଆଶଙ୍କା ଅଧିକ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଏମିତି ସ୍ଥାନ ଅଛି ଯେଉଁଠି କରୋନା ଭାଇରସ ଅତି ସହଜରେ ରହିପାରନ୍ତି ।
ଲଣ୍ଡ୍ରିହିପର ସିଇଓ ଦେୟାନ ଦିମିତ୍ରୋଭ କହିଛନ୍ତି କି ଘରେ ଭାଇରସ ପାଇଁ ଅନେକ ସ୍ଥାନ ରହିଥାଏ । ଏତେ ଛୋଟ ଭାଇରସ ଘରର କେଉଁ କୋଣରେ ବି ଲୁଚି ରହିପାରେ ।
୧. ଦେୟାନଙ୍କ ଅନୁସାରେ ପ୍ରତିଦିନ ବ୍ୟବହାର ହେଉଥିବା ଟାୱଲ ଅତି ବିପଜ୍ଜନକ ହୋଇଥାଏ । ମୁହଁ-ହାତ-ଗୋଡ ପୋଛା ହେଉଥିବା ଟାୱଲରେ ସବୁଠାରୁ ଅଧିକ ବ୍ୟାକ୍ଟେରିଆ ଓ ଭାଇରସ ରହିଥାନ୍ତି ।
୨. କିଚେନ କିମ୍ବା ଅନ୍ୟ ସ୍ଥାନରେ କାମ କରିବା ସମୟରେ ହାତରେ ଗ୍ଲୋବ୍ସ ପିନ୍ଧିବା ଉଚିତ୍ । କିନ୍ତୁ ଗ୍ଲୋବ୍ସ ମଧ୍ୟ ବ୍ୟାକ୍ଟେରିଆର ରହିବା ସ୍ଥାନ ପାଲଟିଥାଏ । ଏହାର ବ୍ୟବହାର ପରେ ଗରମ ପାଣି କିମ୍ବା ଭିନେଗାର୍ ସାହାଯ୍ୟରେ ନିଶ୍ଚୟ ଧୋଇବା ଉଚିତ୍ ।
୩. ଯେଉଁ ତକିଆ ମୁଣ୍ଡରେ ରଖି ଆପଣ ରାତିରେ ଶୋଉଛନ୍ତି ତାର କଭର ମଧ୍ୟ ଅସୁରକ୍ଷିତ । ଏଥିରେ ବ୍ୟାକ୍ଟେରିଆ ଓ ଭାଇରସ ଲୁଚି ରହିପାରନ୍ତି । ଏଥିପାଇଁ ତାକୁ ନିୟମିତ ରୂପେ ବଦଳାଇବା ଉଚିତ୍ ।
୪. ଘର ଭିତରେ ଥିବା ପା-ପୋଛ୍, ମ୍ୟାଟ୍ ମଧ୍ୟ ସଂକ୍ରମଣ ବ୍ୟାପିବାର କାରଣ ପାଲଟିଥାଏ । ଏଥିପାଇଁ ଏହାକୁ ମଧ୍ୟ ସଫା କରିବା ଉଚିତ୍ ।
୫. ଯେଉଁ ଡ୍ରେସ୍ ପିନ୍ଧି ଆପଣ ପ୍ରତିଦିନ ବାହାରକୁ ଯାଆନ୍ତି କିମ୍ବା ଘରେ ରୁହନ୍ତି ସେଥିରେ ମଧ୍ୟ ଭାଇରସ ଲୁଚି ରହିଥାନ୍ତି । ଏଥିପାଇଁ ୱାଶିଂ ମେସିନରେ ଏହାକୁ ଭଲଭାବେ ଧୋଇବା ଉଚିତ୍ ।
୬. ଟିଭି କିମ୍ବା ଏୟାରକଣ୍ଡିସନରର ରିମୋର୍ଟରେ ସବୁବେଳେ ଅନେକ ଲୋକଙ୍କ ହାତ ବାଜିଥାଏ । ଏଥିରେ ଅନେକ ପ୍ରକାର କୀଟାଣୁ ଲୁଚି ରହିଥାନ୍ତି । ଏଥିପାଇଁ ଏହାକୁ ପ୍ରତିଦିନ ସାନିଟାଇଜ୍ କରିବା ଉଚିତ୍ ।