ଭୁବନେଶ୍ବର : ରାଜଧାନୀରେ ଧରାପଡ଼ିଲା ନକଲି ମହିଳା ଆଇପିଏସ । ନିଜକୁ ଆଇପିଏସ ପରିଚୟ ଦେଇ ପୋଲିସ ରିଜର୍ଭକୁ ଫୋନ କରି କନେଷ୍ଟବଳଙ୍କ ଡ୍ୟୁଟି ଚେଞ୍ଜ କରିବାକୁ ଚାପ ପକାଉଥିଲେ । କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚାରଉଚରା କରିଛି ।
ତା ନାଁ ଶର୍ମିଷ୍ଠା ବେହେରା । ସେ ପୋଲିସର ଖାକି ପୋଷାକ ସହ ଆଇପିଏସ ଲୋଗୋ ଲଗାଇଥିଲା । ସିଆରପିସିର ଧାରା ୪୧ରେ ତାକୁ ନୋଟିସ କରି ଅଭିଯୁକ୍ତ ଶର୍ମିଷ୍ଠାକୁ ଛାଡ଼ି ଦିଆଯାଇଛି । ତା ନିକଟରୁ ନକଲି ବର୍ଦ୍ଦି, ବନ୍ଧୁକ ଜବତ କରିଛି ପୋଲିସ ।