ସୁବର୍ଣ୍ଣପୁର : ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଭଳି ଏକ ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାନିକରାସିରା ଗାଁରେ । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇବଖରା ଘର ସଂପୂର୍ଣ୍ଣ ଭୁଷୁଡି ପଡିଛି ।
ଘଟଣା ଅନୁଯାୟୀ, ଏହି ଗାଁର ସିନୁ ପ୍ରଧାନ ନାମକ ଜଣେ ଯୁବକ ନିଜ ଘରେ ଗ୍ୟାସରେ ଭାତ ରାନ୍ଧୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିଥିଲା । ଫଳରେ ଘରର ଆଜେବେଷ୍ଟସସ ଏଣେତେଣ ଉଡିଯିବା ସହିତ କାନ୍ଥ ମଧ୍ୟ ଭାଙ୍ଗିଯାଇଥିଲା । ରୋଷେଇ କରୁଥିବା ସମୟରେ ୨୪ ବର୍ଷୀୟ ସିନୁଙ୍କ ଉପରେ ବିସ୍ଫୋରଣ ଯୋଗୁଁ କାନ୍ଥ ପଡିଯାଇଥିଲା । ଘଟଣା ସ୍ଥଳରେ ଖବର ପାଇଁ ବୀରମହାରାଜପୁର ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।