Odia News Portal

ଓଡ଼ିଆ ଚଳଚ୍ଚିତ୍ର ‘ଯଦି’ର ଆସିଲା ଟ୍ରେଲର, ଫିଲ୍ମରେ ନଜର ଆସିବେ ୩୮ କଳାକାର

ଶ୍ରୀଅଂଶୀ ପ୍ରଡକ୍ସନ୍ସର ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଯଦି’ର ଟ୍ରେଲର୍ ଭୁବନେଶ୍ୱରର ରେଳ ଅଡିଟୋରିୟମଠାରେ ବେଶ୍‌ ଧୂମଧାମରେ ଲଞ୍ଚ୍ ହୋଇଯାଇଛି। ଦିବ୍ୟଜ୍ୟୋତି ଉଦୟ ସିଂହଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ୩୮ ଜଣ କଳାକାର ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିବେ। ମୁଖ୍ୟ ଭୂମିକାରେ ନଜର ଆସିବେ ଲୋକପ୍ରିୟ କଳାକାର ଶୈଳେନ୍ଦ୍ର ଏବଂ ଅଭିନେତ୍ରୀ ପ୍ରିୟମ୍ବଦା।  ଟ୍ରେଲର୍‌ରେ ଉଭୟଙ୍କ କେମିଷ୍ଟ୍ରି ଏବଂ ଚଳଚ୍ଚିତ୍ରର ଭାବପୂର୍ଣ୍ଣ ସଙ୍ଗୀତ ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି। ବିଶେଷ କରି ସିନେମାର କାହାଣୀରେ ଥିବା ରୋମାଞ୍ଚ ଏବଂ ସସପେନ୍ସ ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଦେଇଛି।ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଏହି ସିନେମାଟି ସାରା ଓଡ଼ିଶାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ରକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।