ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ନୂଆଗାଁ ରେ ଇଣ୍ଟର ନ୍ୟାସନାଲ ଗୀତା ମିଶନ ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହତ ପ୍ରୟାସ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଗରିବ, ଅସହାୟ ତଥା ସାଧାରଣ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏହି ଶିବିର ରେ ଅଭିଜ୍ଞ ଡାକ୍ତରୀ ଦଳ ଯୋଗଦେଇ ରୋଗୀମାନଙ୍କର ସାଧାରଣ ସ୍ୱାସ୍ଥ୍ୟ।ପରୀକ୍ଷା,ରକ୍ତଚାପ ,ମଧୁମେହ ସହିତ ବିଭିନ୍ନ ରୋଗ ବିଷୟରେ ଯାଞ୍ଚ କରିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ଦେଇଥିଲେ। ଯାହାର ଔଷଧ ଆବଶ୍ୟକ ସେମାନଙ୍କୁ ମାଗଣା ଔଷଧ ସମିତି ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ବିତରଣ କରାଯାଇଛି। ଏହି ଶିବିରରେ ବରୀ ଏବଂ ଏହାର ଆଖପାଖ ଗ୍ରାମାଞ୍ଚଳର ବହୁ ସଂଖ୍ୟାରେ ପୁରୁଷ, ମହିଳା ତଥା ବୃଦ୍ଧବୃଦ୍ଧା ଏହି ଶିବିରକୁ ଆସି ସେବା ପାଇ ଉପକୃତ ହୋଇଛନ୍ତି।ଇଣ୍ଟର ନ୍ୟାସନାଲ ଗୀତା ମିଶନ ସଦସ୍ୟ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପର ସହଯୋଗ ଯୋଗୁଁ ଏହି ସ୍ୱାସ୍ଥ୍ୟ ଶିବିରଟି ସଫଳ ହୋଇପାରିଛି ଏବଂ ସମିତିର ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ଏହା ସହିତ ବନ୍ୟା ପ୍ରପୀଡିତ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
