Odia News Portal

କରୋନା ମୁକ୍ତ ହେଲା ଏହି ଜିଲ୍ଲା

ଭୁବନେଶ୍ୱର : କରୋନା ମୁକ୍ତ ହେଲା କେନ୍ଦ୍ରାପଡା । କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି । ବର୍ତ୍ତମାନ ଏହି ଜିଲ୍ଲାରେ ଆଉ ଆକ୍ଟିଭ୍ କେସ୍ ନାହିଁ । କିଛି ସମୟ ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟରେ ଦେଇଥିବା ସୂଚନା ଅନୁସାରେ  ରାଜ୍ୟର ୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱରରୁ ୩, କେନ୍ଦ୍ରାପଡାରୁ ଜଣେ, ବାଲେଶ୍ୱରରୁ ୩, ଭଦ୍ରକ-୭ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫୫ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଆକ୍ଟିଭ୍ କେସ ଥିବାବେଳେ ଜଣେ ସୁସ୍ଥ ହୋଇଥିଲେ । ତେବେ ଆକ୍ଟିଭ୍ କେସ୍ ଜଣକ ସୁସ୍ଥ ହେବା ପରେ ବର୍ତ୍ତମାନ ଏହି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଛି ।