ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟ୍ରୁ ଫେରୁଥିବା ବସ୍ କନ୍ଧମାଳ କଳିଙ୍ଗା ଘାଟୀରେ ଦୁର୍ଘଟଣା ଗ୍ରସ୍ତ । ଘାଟୀରେ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି ।
ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି । କିଛି ସମୟ ପୂର୍ବରୁ ହୋଇଥିବା ଏହି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ବସ୍ରେ ଥିବା ଲୋକମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ଏବଂ ବସ୍ଟି ସୁରଟ୍ରୁ ଗଞ୍ଜାମ ଜିଲ୍ଲାକୁ ଫେରୁଥିଲା ।