ଭୁବନେଶ୍ୱର : ଲକ୍ଡାଉନ୍ ଯୋଗୁଁ ରାଜ୍ୟର ପଲିଟେକନିକ୍ ଓ ଆଇଟିଆଇଗୁଡିକରେ ପଢ଼ା ହୋଇପାରି ନଥିବା ବିଷୟଗୁଡିକ ଦୂରଦର୍ଶନ(ଡିଡି ଓଡ଼ିଆ)ରେ ପ୍ରସାରିତ ହେବ। ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ ଲକ୍ଡାଉନ ପାଇଁ ପଲିଟେକନିକ୍ ଓ ଆଇଟିଆଇଗୁଡିକର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢା ହୋଇପାରି ନଥିଲା।
ଯେଉଁ ବିଷୟ ପଢ଼ାଯାଇ ପାରିନି ବିଜୁ ପଟ୍ଟନାୟକ ଫିଲ୍ମ ଓ ଟିଭି ଅନୁଷ୍ଠାନ ଦ୍ବାରା ସେଗୁଡିକର ରେକର୍ଡିଂ କରାଯାଇଛି। ସୋମବାର ତଥା ମେ’ ୪ରୁ ଏହା ଡିଡି ଓଡ଼ିଆରେ ପ୍ରସାରଣ କରାଯିବ। ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ଆଇଟିଆଇ ପାଠ୍ୟକ୍ରମ ଓ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ପଲିଟେକନିକ୍ ପାଠ୍ୟକ୍ରମ ପ୍ରସାରିତ ହେବ। ସମସ୍ତ ଛାତ୍ରଛାତ୍ରୀ ଏହାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଇଛି।