ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ନଇରୀ ଗ୍ରାମରେ ବୃଦ୍ଧଙ୍କୁ ମାଙ୍କଡ କାମୁଡି କ୍ଷତ ବିକ୍ଷତ କରି ପକାଇଛି । ତାଙ୍କ ନାମ ବିଷ୍ଟୁ ଚରଣ ଖଟେଇ | ତାଙ୍କ ବୟସ ୬୫ ବର୍ଷ । ବୃଦ୍ଧଙ୍କର ବେକରେ ଗଭୀର କ୍ଷେତ ହୋଇଛି । ଏବେ ଲଗ ଡାଉନ ସମୟରେ ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲି ମାଙ୍କଡ ଦଳ ନଇରୀ ଗାଁକୁ ପଳାଇ ଆସିଛନ୍ତି ।
ସେମାନେ ଗାଁ ଗଣ୍ଡା ବାଡି ବଗିଚାରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଗଛ ଗୁଡିକୁ ଭାଙ୍ଗି ଦେଉଛନ୍ତି । ଏମିତି ଉତ୍ପାତ କରୁଥିବା ବେଳେ ଗାଁର କିଛି ଯୁବକ ମାଙ୍କଡ ମାନଙ୍କୁ ଘଉଡାଉ ବାକୁ ଚେଷ୍ଟା କରୁଥିବା ବେଳେ ଏକ ହନୁ ମାଙ୍କଡ ବାହାରି ଆସି ବୃଦ୍ଧଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା ।