ନୂଆଦିଲ୍ଲୀ() ମହାମାରୀ କରୋନାକୁ ମାତ ଦେବା ପାଇଁ ଭାରତ ମେଡିସିନ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି । ଏବେ କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଆୟୁଷ ମେଡିସିନ ଗୁଡିକର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଗୁରୁବାର ଠାରୁ ହିଁ ସ୍ୱାସ୍ଥ୍ୟକର୍ମୀ ଓ ଅତ୍ୟନ୍ତ ସମ୍ବେଦନଶୀଳ କାମ କରୁଥିବା ଲୋକଙ୍କ ଉପରେ ଆୟୁଷ ମେଡିସିନର କ୍ଲିନିକାଲ ପରୀକ୍ଷଣ କରାଯାଇଛି ।
କରୋନା ବିରେଧୀ ଯୁଦ୍ଧରେ ଆୟୁରବେଦ ଔଷଧ ଲାଭ ଦାୟକ ହେବ ବୋଲି ଆମର ଆଶା । ଏଥିପାଇଁ ଅଶ୍ୱଗନ୍ଧା, ଜଷଟିମଧୁ, ଗୁଡୁଚି ପିପ୍ପଲୀ ଓ ପଲି ହର୍ବାଲ ଫରମେସନର ଆୟୂଷ-୬୫ ଭଳି ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ଏହି କରୀକ୍ଷଣକୁ ଆୟୁଷ ମନ୍ତ୍ରଣାଳୟ,ସ୍ୱାସ୍ଥ୍ୟ ମନ୍ତ୍ରଣଳୟ ଓ ଆଇସିଏମଆର ମିଳିତ ଭାବେ ଦେଖାଶୁଣା କରୁଛନ୍ତି ।