Odia News Portal

ଜନ ସଚେତନତା ସହ ମାସ୍କ ବାଣ୍ଟିଲା : ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ

ଜଗତସିଂହପୁର : ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ  ସ୍ନେହସିସ ଦାସଙ୍କ ଆହ୍ୱାନ କ୍ରମେ କରୋନା ଭୂତାଣୁକୁ ନେଇ ତିତ୍ତୋଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଯୁବ ସମାଜ ସେବୀ ତଥା ଜାତୀୟ ସ୍ୱେଚ୍ଛାସେବୀ ମିର୍ଜା ଶିଧିକ ବେଗଙ୍କ ନେତୃତ୍ୱରେ ସଚେତନତା ବାର୍ତା ପ୍ରଚାର ସହ ଯେଉଁ ପରିବାରଙ୍କ ନାମ ରେସନ କାର୍ଡ ରେ ନାହିଁ ସେମାନଙ୍କୁ ରେସନ ବଣ୍ଟନ ସହ ମାସ୍କ ପିନ୍ଧା ଯାଇଥିଲା।ସଂଗଠନର ଯୁବ ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ଘର ଘର ବୁଲି ସାମାଜିକ ଦୁରତାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ବୁଝା ଯାଇଥିଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜରୁରୀକାଳୀନ ଟୋଲ ଫ୍ରି ନମ୍ବର ବିଷୟରେ ମଧ୍ୟ ସଭିଙ୍କୁ ଅବଗତ କରାଯାଇଥିଲା।

ସ୍ବେଚ୍ଛାସେବୀମାନେ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ମଧ୍ୟ କହିବା ସହ ସାବୁନ ଓ ମାସ୍କ ବ୍ୟବହାରର ଗ୍ରୁରୁତ୍ବ ବୁଝେଇଥିଲେ। ଏଥିରେ ଅପରାଜିତ ସ୍ୱାଇଁ ଶକ୍ତିଧର ମିଶ୍ର ,ଦେବାଶିଷ ଚୌଧୁରୀ , ଭାସ୍କର ବେହେରା , ସମାଜ ସେବୀ ମିର୍ଜା ଜାଫର ବେଗ ପ୍ରମୁଖ ଉପସ୍ଥିତ ରହିଥିଲେ। ‘ସ୍ୱୟଂ ସ୍ୱତନ୍ତ୍ର ‘ସାମାଜିକ ସଙ୍ଘଠନ ର ଆବାହକ ବଳରାମ ଦଳାଇ ପରିଚାଳନା କରିଥିଲେ