ଭୁବନେଶ୍ବର : ବର୍ତମାନ ସମୟରେ କରୋନା ପରି ଏକ ବିଶ୍ଵ ମହାମାରୀ ଦ୍ଵାରା ସମଗ୍ର ବିଶ୍ଵର ମାନବ ଜାତି ବିଶେଷ ଭାବେ ପ୍ରଭାବିତ ଅଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ଵାରା ଗତ ମାର୍ଚ ୨୨ରିଖରେ ତାଲାବନ୍ଦ ଘୋଷଣା ହେଲା ପରେ ଛୋଟ ବଡ ହୋଟେଲ ଓ ଜଳଖିଆ ଦୋକାନ ସମୂହ ବନ୍ଦ ହେବା ଦ୍ଵାରା ଏହିଠାରୁ ଖାଦ୍ୟ ପାଇ ନିଜର ପେଟ ଭରୁଥିବା ବୁଲା ଜୀବଜନ୍ତୁ ଗାଈ , ଷଣ୍ଢ ବୁଲା କୁକୁର ମାନେ ଖାଇବାକୁ ନ ପାଇ ମୃତ୍ୟୁ ମୁଖ କୁ ଠେଲି ହୋଇ ଯାଇଥାନ୍ତେ ଏହି ବୃହତ ସମସ୍ୟାର କିଞ୍ଚିତ ସମାଧାନ ନିମନ୍ତେ ସ୍ଵେଛାସେବୀ ଅନୁଷ୍ଠାନ ଜ୍ଞାନଦୀପ ଫାଉଣ୍ଡେସନ ଓ ସମ୍ପର୍କ୍ସ ଟ୍ରଷ୍ଟ ମିଳିତ ଉଦ୍ୟମ ରେ ପ୍ରତିଦିନ ଜୟଦେବ ବିହାର, ନୂଆପଲ୍ଲୀ ,ସାଲିଆସାହି, ସିଆରପି ଅଞ୍ଚଳରେ ବାହାରେ ବୁଲୁଥିବା ଅସହାୟ ଓ ନିରୀହ ଜୀବ ମାନଙ୍କୁ ରନ୍ଧାଖାଦ୍ୟ ଏବଂ ବିସ୍କୁଟ ପରଶା ଯାଉଛି ଏହି ଦୈନିକ ଗୋ ସେବା କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଯୁବ ସ୍ଵେଛାସେବୀ ମାନେ ଅତି ଆନନ୍ଦ ଓ ନିଷ୍ଠା ର ସହ ନିଜକୁ ଜଣେ ଜଣେ କରୋନା ଯୋଦ୍ଧା ମନେ କରି ସମ୍ପୂର୍ଣ ରୂପେ ସରକାରୀ ନିୟମ ମଧ୍ୟରେ ରହି କରୁଅଛନ୍ତି ।
ଦୈନିକ ଗୋ ସେବା କାର୍ଯ୍ୟ ବ୍ୟତୀତ ଅସହାୟ ଲୋକମାନଙ୍କୁ ରିଲିଫ, ମାସ୍କ ବଣ୍ଟନ କରାଯାଉଛି । ଏହା ସହିତ ୟୁଟ୍ୟୁବ ଚ୍ୟାନେଲ ( ପିଲାଦିନ ) ମାଧ୍ୟମ ରେ ପିଲାମାନଙ୍କୁ ଶିକ୍ଷଣୀୟ ଉପାଦାନ ମାନ ପ୍ରସାରଣ ଆସନ୍ତା ଦିନ ମାନଙ୍କରେ କରାଯିବ ବୋଲି ଅନୁଷ୍ଠାନ ର ପ୍ରମୁଖ ରତ୍ନାକର ମହାନ୍ତି ବିନମ୍ରତାର ସହିତ ଜଣାଇଅଛନ୍ତି ।