Odia News Portal

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହି ବଣ୍ଟନ ପାଇଁ ଗାଇଡ୍‌ ଲାଇନ୍‌

ଭୁବନେଶ୍ବର : ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଣ୍ଟିବା ପାଇଁ ନିୟମାବଳୀ ଜାରି କରାଯାଇଛି । ଅଭିଭାବକମାନେ ବହି ଆଣିବା ପାଇଁ ସ୍କୁଲକୁ ଯିବେ । ଏହି ସମୟରେ ଅଭିଭାବକମାନେ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍‌ ଲାଇନ୍‌ ଅନୁସାରେ ମାସ୍କ ପିନ୍ଧିବେ କିମ୍ବା ମୁହଁକୁ କପଡାରେ ଘୋଡାଇବେ । ସ୍କୁଲ ଗେଟ୍‌ ପାଖରେ ଅଭିଭାବକଙ୍କ ପାଇଁ ସାନିଟାଇଜର କିମ୍ବା ହାତ ଧୋଇବା ପାଇଁ ସାବୁନ ଓ ପାଣି ରଖାଯିବ । ବହି ଦେବା ପାଇଁ ସ୍କୁଲରେ ଅତି କମ୍‌ରେ ୫ଟି କାଉଣ୍ଟରର ବ୍ୟବସ୍ଥା ହେବ ।

ଅଭିଭାବକଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ବସିବାର ବ୍ୟବସ୍ଥା କରିବେ । ଏକାଥରେ ୩୦ ଜଣଙ୍କୁ ବହି ଦିଆଯିବ । ୧୫ ଜଣ କାଉଣ୍ଟର ପାଖରେ ଓ ଅନ୍ୟ ୧୫ ଜଣ େଓ୍ଵଟିଂ ହଲ୍‌ରେ ରହିବେ । ୩୦ ଜଣଙ୍କୁ ଏକ ଘଣ୍ଟା ମଧ୍ୟରେ ବହି ଦିଆଯିବ । ଯେଉଁମାନେ ବହି ବଣ୍ଟନ କରିବେ ସେମାନେ ମଧ୍ୟ ମାସ୍କ କିମ୍ବା କପଡାରେ ମୁହଁକୁ ଘୋଡାଇବେ । ବହି ନେବା ପରେ ଅଭିଭାବକମାନେ ତୁରନ୍ତ ସ୍କୁଲରୁ ବାହାରକୁ ଯିବେ ।