Odia News Portal

କୋଭିଡ ପ୍ରଭାବିତ ଜିଲ୍ଲା ପାଇଁ ଆଲୋଚନା କଲେ ଡ଼ିଜି

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଆଜିର ଏହି ବୈଠକରେ ନିମ୍ନଲିଖିତ ପ୍ରସଙ୍ଗ ଉପରେ ବିଷଦ ଭାବରେ ଆଲୋଚନା ହୋଇ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ପ୍ରମୁଖ କୋଭିଡ ପ୍ରଭାବିତ ଜିଲ୍ଲା ପାଇଁ ଆଲୋଚନା ବିଷୟ

(୧) ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୁରକ୍ଷା ସରଞ୍ଜାମ ଯଥା ଆଖି ପାଇଁ ଚଷମା, ମୁହଁ ଘୋଡାଇବା ପାଇଁ ମାସ୍କ ଓ ହାତ ପାଇଁ ଗ୍ଲୋବ୍ସ ଆଦି ସରଞ୍ଜାମ ବ୍ୟବସ୍ଥା ।
(୨) ଅନାବଶ୍ୟକ ମିଳାମିଶା ଠାରୁ ଦୂରରେ ରହିବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ।
(୩) ଆକସ୍ମିକ ପାଣ୍ଠି ବ୍ୟବସ୍ଥା ।
(୪) ପୋଲିସ କର୍ମଚାରୀଙ୍କ ପାଇଁ କୋଭିଡ ସୁରକ୍ଷା ସମ୍ୱନ୍ଧୀୟ ପ୍ରଶିକ୍ଷଣ ।
ସୀମା ତନଖି ଫାଟକ ଥିବା ଜିଲ୍ଲା ପାଇଁ ଆଲୋଚନା ପ୍ରସଙ୍ଗ
(୧) ସୀମାରେ ଥିବା ତନଖି ଫାଟକ ଗୁଡିକ ପାଇଁ ଧାର୍ଯ୍ୟ ମାନଦଣ୍ତ (SOP) କୁ କାର୍ଯ୍ୟକାରୀ କରିବା ।
(୨) ପୋଲିସ କର୍ମଚାରୀଙ୍କ ପାଇଁ ସୁରକ୍ଷା ସରଞ୍ଜାମ ଯଥା ଆଖି ପାଇଁ ଚଷମା, ମୁହଁ ଘୋଡାଇବା ପାଇଁ ମାସ୍କ ଓ ହାତ ପାଇଁ ଗ୍ଲୋବ୍ସ ଆଦି ସରଞ୍ଜାମ ବ୍ୟବସ୍ଥା ।
(୩) ଅନାବଶ୍ୟକ ମିଳାମିଶା ଠାରୁ ଦୂରରେ ରହିବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ।
(୪) ପାଦ ଚଲା ଓ ସାଇକେଲରେ ଆତଯାତ ବ୍ୟକ୍ତିଙ୍କ ପାଇଁ ନୀତି ନିର୍ଦ୍ଧାରଣ ।
(‍‌‍‍‍‌‌‌‌‌‌‌୫) ପୋଲିସ କର୍ମଚାରୀଙ୍କ ପାଇଁ କୋଭିଡ ସୁରକ୍ଷା ସଂବନ୍ଧୀୟ ପ୍ରଶିକ୍ଷଣ ।
ଆଜିର ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ  ବିନୟତୋଷ ମିଶ୍ର,  ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇ.ଜି ଶ୍ରୀମତୀ ରେଖା ଲୋହାନୀ,  ଯତିନ୍ଦ୍ର କୋଏଲ, ଏ.ଆଇ.ଜି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।