ଟିଟିଲାଗଡରେ କର୍ଫ୍ୟୁ। ସକାଳ ୯ ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଜାରି ହୋଇଛି କର୍ଫ୍ୟୁ। ଆଜି ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସ୍ପେସାଲ ଟ୍ରେନ୍ ଟିଟିଲାଗଡ଼ରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ ସହରରେ କର୍ଫ୍ୟୁ ଜାରି ହୋଇଛି।
ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟସବୁ ଦୋକାନବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ଟ୍ରେନ୍ରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏଠାରୁ ନିଜନିଜ ଜିଲ୍ଲା ତଥା ବ୍ଳକ୍କୁ ବସ୍ ଯୋଗେ ପଠାଯିବ।