Odia News Portal

ସିକିମ ବୋର୍ଡରରେ ଭାରତ ଓ ଚାଇନା ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ଉତ୍ତର ସିକିମ ବୋର୍ଡରରେ ଭାରତ ଓ ଚାଇନା ସୈନିକ ମୁହାଁମୁହିଁ । ପରସ୍ପର ମଧ୍ୟରେ ହାତାହାତି ମଧ୍ୟ ହୋଇଥିବା ଜଣାପଡ଼ିଛି । ତେବେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହେବା ଘଟଣାକୁ ଭାରତୀୟ ସେନାର ପୂର୍ବତନ କମାଣ୍ଡର ସ୍ପଷ୍ଟ କରିଛନ୍ତି । ଭାରତୀୟ ସେନାର ପୂର୍ବତନ କମାଣ୍ଡର ଏକ ବିବୃତ୍ତିରେ କହିଛନ୍ତି, ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଯେଉଁଥିରେ ଉଭୟ ପକ୍ଷରୁ ସୈନିକ ଆହତ ହୋଇଛନ୍ତି । ତେବେ ମାମଲାର ସମାଧାନ କରାଯାଇଥିବା ଜଣାପଡ଼ିଛି ।

ଯାହା କୁହାଯାଉଛି, ଉତ୍ତର ସିକିମର ନାକୁ ଲା ସେକ୍ଟରରେ ଏହି ଘଟଣା ଘଟିଛି । ଏହି ଅଞ୍ଚଳ ସଡ଼କ ପଥ ଦ୍ୱାରା ଯୋଡ଼ି ହୋଇନାହିଁ । ତେଣୁ ଏହି ଅଞ୍ଚଳକୁ କେବଳ ହେଲିକପ୍ଟର ମାଧ୍ୟମରେ ଯାଇହୁଏ ।

ସୂତ୍ର ଅନୁସାରେ, ଦୈନନ୍ଦିନ ହେଉଥିବା ପେଟ୍ରୋଲିଂ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷର ସୈନିକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ହାତାହାତି ମଧ୍ୟ ହୋଇଥିଲେ । ଏଠାରେ କହିରଖୁଛୁ, ନାକୁ ଲା ସେକ୍ଟର ମୁଗୁଥାଙ୍ଗର ଆଗରେ ରହିଛି । ପରମ୍ପରାଗତ ଭାବେ ଏହି ସେକ୍ଟରକୁ ଶାନ୍ତ ବୋଲି ବିଚାର କରାଯାଏ । ଏହା ପୂର୍ବରୁ ଏହି ସୀମାରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ କେବେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ସେହିପରି ଭାରତ-ଚୀନ ମଧ୍ୟରେ ବେଶ କିଛି ଦିନ ପରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।