ଭୁବନେଶ୍ବର : ଲିଭିଂଗ ହ୍ୟୁମାନିଟି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ଥିବା କିଛି ଦୃଷ୍ଟିହୀନ ପରିବାରଙ୍କ ଅସୁବିଧା ବିଷୟରେ ଖଵର ପାଇ ପହଞ୍ଚି ସେମାନଙ୍କୁ ମାସକର ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଖାଦ୍ୟ, ପରିଵା, ରାସନ ସାମଗ୍ରୀ, ବିସ୍କୁଟ, ମାସ୍କ ଇତ୍ୟାଦି ଦେଵା ସହ ସେମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଥିଲେ । କିନ୍ତୁ ଅଳ୍ପ ଲୋକଙ୍କ ଦାନ ଅର୍ଥରେ ଏହା ସମ୍ଭବ ହୋଇପାରିଲେ ମଧ୍ୟ ଆଗକୁ ଆସୁଥିବା ବିଭିନ୍ନ ସମସ୍ୟାକୁ ଏଡ଼ାଇବା ପାଇଁ ଅନେକ ସାଧାରଣ ଲୋକ ଏଵଂ ଅନୁଷ୍ଠାନ ଲିଭିଙ୍ଗ ହ୍ୟୁମାନିଟି ସହ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି
ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, ଯାଜପୁର ଇତ୍ୟାଦି ସ୍ଥାନରେ ପୋଲିସ, ସଫେଇ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅନ୍ୟାନ୍ୟ ଦୁଃଖୀ, ଅସହାୟଙ୍କୁ ମାସ୍କ, ପିଇବା ପାଣି, ଖାଦ୍ୟ ସାମଗ୍ରୀ, ଚକୋଲେଟ ବଣ୍ଟନ କାର୍ଯ୍ୟ ଚାଲୁଅଛି
ଲିଭିଂଗ ହ୍ୟୁମାନିଟିର ମୂଳଲକ୍ଷ୍ୟ ମଣିଷ ଭିତରେ ଲୁଚି ରହିଥିବା ମାନବିକତା ଵା ମଣିଷପଣିଆ କୁ ଜାଗ୍ରତ କରିବା ଏଵଂ ପୃଥିବୀର ଶାନ୍ତି ଫେରାଇ ଆଣିବା