Odia News Portal

ବାଲୁକାଶିଳ୍ପୀ ସୁଦର୍ଶନଙ୍କ ‘ମା ତୁଝେ ସଲାମ’ ବାର୍ତ୍ତା

ପୁରୀ : ମେ ମାସର ଦ୍ବିତୀୟ ରବିବାରକୁ ସାରା ଭାରତବାସୀ ମାତୃ ଦିବସ ଭାବେ ପାଳନ କରିଥାନ୍ତି । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏହି ଦିବସର ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ ଚଳିତ ବର୍ଷ ମାତୃ ଦିବସରେ ଏକ ଭିନ୍ନ ଧରଣର ବାର୍ତ୍ତା ରହିଛି । ଚଳିତ ବର୍ଷ ସାରା ବିଶ୍ବ କୋରୋନା ମହାମାରୀକୁ ନେଇ ସାରା ବିଶ୍ବ ଆତଙ୍କିତ ଅବସ୍ଥାରେରେ ଥିବା ବେଳେ ମା ମାନଙ୍କର ଭୂମିକାକୁ ଏହି ବାଲୁକା କଳାରେ ଦର୍ଶାଯାଇଛି। ମା ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ବର୍ଣ୍ଣନା କରାଯାଇଛି ।

ସେହି ମା ଆଜି ଡ଼କ୍ଟର ,ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ, ସମାଜସେବୀ ହୋଇ ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ନିଜର କାର୍ଯ୍ୟ ସଠିକ ଭାବେ ପାଳନ କରୁଛି । ଫଳରେ ସାରା ବିଶ୍ବ ଏବେ ମା ପଣତକାନି ଭିତରେ ଆଶ୍ରୟ ନେଇ ସୁରକ୍ଷିତ ରହିଛି । ଏହି ଅବସରରେ ମା ତୁଝେ ସଲାମର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।