ପୁରୀ : ପୁରୀରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ସଜାଗ ହୋଇପଡ଼ିଛି। ସୋମବାର ପ୍ରଶାସନ ପକ୍ଷରୁ ସମୂଦ୍ର କୂଳ ରେଣୁକା ଲେନ୍ ଏବଂ ଏହାକୁ ସଂଯୋଗ କରୁଥିବା ଅନ୍ୟ କେତେକ ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଥି ସହିତ ସ୍ଥାନୀୟା କଣ୍ଟେନମେଣ୍ଟ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୦ ଜଣଙ୍କର କୋଭିଡ ଟେଷ୍ଟ ପାଇଁ ସ୍ବାବ ନମୁନା ସଂଗ୍ରହ କରାଯାଇଛି।
ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି । ସେ ଅଞ୍ଚଳରେ ଅଧିକ ହୋଟେଲ ଓ ହୋଟେଲ କମ୍ ଘର ରହିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ପ୍ରଶାସନକୁ ବେଶି କିଛି ଅସୁବିଧା ହେବ ନାହିଁ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ୨ଜଣ କରୋନା ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ୍୧୯ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛି ଓ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜିଲାପାଳ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି।