ଭୁବନେଶ୍ବର : ଲକଡାଉନରେ ବେଶ୍ ଜମୁଛି ଚୋରା ମଦ ବ୍ୟବସାୟ। ସକ୍ରୀୟ ହୋଇ ଉଠିଛନ୍ତି କିଛି ଚୋରା ମଦ ବେପାରୀ।
ଗତକାଲି କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନାର ଅଧିକାରୀ ମିଳତ ଭାବେ ଚଢାଉ କରି ୪୮ ବୋତଲ ବିୟର, ୨ ବୋତଲ ହ୍ବିସ୍କି,(ମୋଟ ୩୨.୭ ଲିଟର) ଓ ନଗଦ ୫୦୭୦ ଟଙ୍କା ଜବତ କରିଛନ୍ତି। ଏହା ସହିତ ୨ ଟି ବାଇକ ଓ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କେସ୍ ରେଜିଷ୍ଟ୍ରେସନ କରିଛି କିମିଶନରେଟ ପୋଲିସ।