Odia News Portal

ଆନ୍ତଃଜ଼ିଲ୍ଲାରେ ବାଇକ ଚୋରି ରାକେଟ ଠାବ

ଗଜପତି : ଗଜପତି-ରାୟଗଡା ଜ଼ିଲ୍ଲା ସୀମାନ୍ତ ନଳାଘାଟ ଠାରେ ନାକା ବନ୍ଦୀ କରି ଯାନବାହନ ଯାଞ୍ଚ କଲାବେଳେ ଏକ ବାଇକ ଚୋରି ରାକେଟର ପର୍ଦାଫାଶ କରିଛି ପୋଲିସ । ଚେକିଂରେ ଏକ ଲୁନା ଗାଡି ପଡିବା ପରେ ଉକ୍ତ ଚାଳକକୁ ପଚରା ଉଚରା କରିଥିଲା ପୋଲିସ, ପରେ ଘଟଣା ସମ୍ବନ୍ଧରେ ସମସ୍ତ ତଥ୍ୟ ବାହାରିଥିଲା । ଉକ୍ତ ଗାଡି ଗୁଡିକ ଗଞ୍ଜାମ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୋରି କରାଯାଇଥିବା ପୋଲିସ ସୂଚନା ଦେଇଛି ।

ରିପୋର୍ଟ ଅନୁଯାୟୀ ପୋଲିସ  ବିରିକୋଟ ଗ୍ରାମର ଦୁଇ ଏଜେଣ୍ଟ ସଲମାନ ନାୟକ ଓ ତ୍ରିନାଥ ରେଡି ତେବେ ରାକେଟ ଗିରଫ ହୋଇଥିବା ବେଳେ ପ୍ରକୃତ କିଙ୍ଗପିନକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଅତିଶୀଘ୍ର ଅନ୍ୟ ଅଭିଯୁକ୍ତ ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଆର୍‌.ଉଦୟଗିରି (sdpo) ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।