Odia News Portal

ପୁରୀ ହାଟ ସାହିରେ ଯୁବକଙ୍କୁ ନିର୍ମମ ହତ୍ୟା

ପୁରୀ : ପୁରୀ ହାଟ ସାହିରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ମୁଣ୍ଡ,କାନ ଓ ବେକରେ ଲାଗିଛି ଗଭୀର ଆଘାତ । ମୃତକ ଯୁବକଙ୍କ ପରିଚୟ ମିଳିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯୁବକଙ୍କୁ ନୃଶଂସଭାବେ ହାଣି ହତ୍ୟା କରାଯାଇଛି । ପୁରୀ ସଦରଥାନା ହାଟ ସାହି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର କାରଣ ଜଣା ପଡି ନାହିଁ । ଯୁବକ ଜଣଙ୍କ ନିକଟରେ ଗୋଟି ଦୁଇଚକିଆ ଗାଡି ପଡିଛି ।