ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା ଆଜି ମଧ୍ୟ ଶ୍ରୀମନ୍ଦିର ପରିସରରେ ପ୍ରତିକାତ୍ମକ ଭାବେ କରାଯିବ।
ସେହିପରି ମହାପ୍ରଭୁଙ୍କ ରଥନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ଅନୁଷ୍ଠିତ ହେବ ଚକ ଡେରା ନୀତି। ୩ରଥର ୨ଟି ଲେଖୋଁ ଚକରେ ଅଖ ସଂଯୋଗ କରାଯିବ। ସକାଳ ଧୂପ ପରେ ପୂଜାପଣ୍ଡା ୩ ରଥ ପାଇଁ ୩ଟି ଆଜ୍ଞାମାଳ ଆସିବ। ବିଶ୍ୱକର୍ମା ମହାରଣା, ଭୋଇ ସେବାୟତଙ୍କ ସହଯୋଗରେ ଏହି ନୀତି ସମନ୍ନ ହେବ।