Odia News Portal

ଜୁନ୍‌ ୩୦ତାରିଖ ଯାଏ ମାଗଣା ଚଲାଇ ହେବ ‘ମୋ ସାଇକେଲ’

ଭୁବନେଶ୍ବର : କରୋନା ପାଇଁ ବନ୍ଦ ଥିଲା । କିନ୍ତୁ ସୋମବାର ଠାରୁ ପୁଣି ‘ମୋ ସାଇକେଲ’ ରାସ୍ତାରେ ଗଡ଼ିବ । ତେବେ ଜୁନ୍‌ ୩୦ତାରିଖ ଯାଏ ଏହାକୁ ମାଗଣା ଚଲାଇ ହେବ । ରାଇଡ୍‌ର ପ୍ରଥମ ଅଧ ଘଣ୍ଟା ମାଗଣା । ଦିନକ ଭିତରେ ଯେତେ ଥର ଚାହିଁବେ ଏହାକୁ ବ୍ୟବହାର କରିପାରିବେ ବୋଲି କ୍ୟାପିଟାଲ ରିଜିଅନ ଅରବାନ୍‌ ଟ୍ରାନ୍ସପୋର୍ଟ (ସିଆରୟୁଟି) ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୩୦୦ଟି ୟୁଲୁ, ୟାନା ସାଇକେଲକୁ ନେଇ ଏହେ ସେବା ଆରମ୍ଭ କରାଯିବ । ୫୦ଟି ପବ୍ଲିକ୍‌ ବାଇସାଇକେଲ ସେୟାରିଂ ଷ୍ଟେସନରେ ଏହା ଉପଲବ୍ଧ ହେବ । ସବୁ ସାଇକେଲକୁ ସାନିଟାଇଜ୍‌ କରାଯାଇଛି । ଶେଷ ଥର ପାଇଁ ସାଇକେଲ କେବେ ସାନିଟାଇଜ୍‌ ହୋଇଛି, ତାର ତଥ୍ୟ ମଧ୍ୟ ଆପସ୍‌ରେ ମିଳିପାରିବ ।  ସାଇକେଲ ଚଲାଇବାର ପ୍ରଥମ ୩୦ ମିନିଟ୍‌ ମାଗଣା । କିନ୍ତୁ ଏହି ସମୟ ଟପିଲେ ନିର୍ଦ୍ଧାରିତ ଟଙ୍କା ଦେବାକୁ ହେବ । ସାଇକେଲ ଚଲାଉଥିବା ଲୋକେ ମାସ୍କ ଓ ଗ୍ଲୋଭସ୍‌ ବ୍ୟବହାର କରିବାକୁ ସିଆରୟୁଟିର ଜିଏମ୍‌ ଦୀପ୍ତି ମହାପାତ୍ର କହିଛନ୍ତି । କରୋନା ସମୟରେ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ସାଇକେଲ ଚଲାଇବା ଭଲ । ଏଣୁ ଲୋକଙ୍କ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଆମେ ପୁଣି ଥରେ ସାଇକେଲ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି ।