ପୁରୀ : ସାରା ରାଷ୍ଟ୍ରକୁ ଘାରିଛି ମହାମାରୀ କରୋନା ଭୟ ଠିକ୍ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ପୂର୍ବରୁ ପୁରୀ ଜିଲ୍ଲାବାସୀ ଭୁଲିପାରି ନାହାନ୍ତି ବାତ୍ୟା ‘ଫନି’ କୁ ଏବେ ପୁଣୀ ବୋଝ ଉପରେ ନଳିତା ବିଡ଼ା ସାଯିବାକୁ ଯାଉଛି ବାତ୍ୟା ‘ଅମ୍ଫନ’।
ମହାମାରୀ କରୋନା ଓ ବାତ୍ୟା ‘ଅମ୍ଫନ’ ଏହି ଦୁଇଟିକୁ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ବାତ୍ୟା ‘ଅମ୍ଫନ’ ପୂର୍ବରୁ ହାଲ୍କା ପବନରେ ବାନା ଉଡ଼ିଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଚନକା ପସିଛି ଏଥି ସହିତ ନାନା ପ୍ରକାର ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି।
ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଯୋଗୁ ଏଭଳି ଅଘଟଣ ସାମ୍ନାକୁ ଆସିଥିବା କଥା ଶୁଣିବାକୁ ମିଳିଛି। ଆଉ କେହି ମହାପ୍ରଭୁଙ୍କ ପତିତପାବନ ବାନା ଉଡ଼ିଯିବା ଏକ ବିଶ୍ୱ ଓ ଉତ୍କଳ ପ୍ରଦେଶ ଅଶୁଭ ସଙ୍କେତ ବୋଲି କହୁଛନ୍ତି। ଅନେକ ଲୋକ ମଧ୍ୟ ମନକୁ ସନ୍ତାନ ଦେବା ପାଇଁ କହୁଛନ୍ତି ଏହି ମହାପ୍ରଭୁଙ୍କ ନୀଳ ସେ ବାତ୍ୟା ‘ଅମ୍ଫନ’ କୁ ରୋକିବା ପାଇଁ ତାଙ୍କ ବାନା କୁ ପାଠଇଛନ୍ତି।